Odisha Link
Bridging the Missing Links in Odisha

ଶିଳ୍ପାଙ୍କୁ ଟାର୍ଗେଟ କଲେ ମୁକେଶ ଖନ୍ନା, ରାଜ୍‌ଙ୍କ କାମ ବିଷୟରେ ୧୨୦% ଜାଣିଥିବେ ଶିଳ୍ପା

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ, ଏବେ ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସକୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ସବୁବେଳେ ରୋକଠୋକ ଭାବେ ବିଭିନ୍ନ ଇସ୍ୟୁରେ ନିଜ ମତ ରଖୁଥିବା ଅଭିନେତା ମୁକେଶ ଖନ୍ନା ରାଜ୍‌ କୁନ୍ଦ୍ରାଙ୍କ ମାମଲାରେ ବି ନିଜ ମତ ରଖିଛନ୍ତି। ମୁକେଶ ରାଜ୍‌ଙ୍କ ବିଷୟରେ ଶିଳ୍ପାଙ୍କୁ ଟାର୍ଗେଟ କରିଛନ୍ତି।

ମୁକେଶ ଖନ୍ନା କହିଛନ୍ତି, ଆଜିକାଲି ସ୍ୱାମୀଙ୍କ ଟିକିନିଖି ଖବର ସ୍ତ୍ରୀମାନଙ୍କ ପାଖରେ ରହୁଛନ୍ତି। ସେମାନେ କ’ଣ କରୁଛନ୍ତି, କୁଆଡ଼େ ଯାଉଛନ୍ତି ସବୁ ମିନିଟ୍‌ର ହିସାବ ରଖୁଛନ୍ତି ପତ୍ନୀ। ତେଣୁ ଶିଳ୍ପା ସେଟ୍ଟି ବି ଜଣେ ଆଧୁନିକ ମହିଳା ଭାବେ ନିଜ ସ୍ୱାମୀ କ’ଣ କରୁଛନ୍ତି, ସେ ସମ୍ପର୍କରେ ୧୨୦ ପ୍ରତିଶତ ଜାଣିଥିବା ଦରକାର। ଶିଳ୍ପାଙ୍କୁ ନିହାତି ଭାବେ ସବୁ କଥା ଜଣାଥିବ।

ପତ୍ନୀ ହିସାବରେ ଶିଳ୍ପା ତଦନ୍ତରେ ସହଯୋଗ କରିବା ଦରକାର। ରାଜ୍‌ଙ୍କ ପତ୍ନୀ ହେବା ଯୋଗୁ ଶିଳ୍ପା ମୁହଁ ଖୋଲିବା ଉଚିତ। ଯଦି ସାହସ ଅଛି ତା’ ହେଲେ ସେ ସତ କହିବା ଦରକାର। ଏହା ତାଙ୍କ ସ୍ୱାମୀଙ୍କ ବିରୋଧରେ ବି ଯାଇପାରେ। କିନ୍ତୁ ଏହାଦ୍ୱାରା ବହୁ ବଡ଼ ବଡ଼ ଲୋକଙ୍କ ମୁଖା ବି ଖୋଲିପାରେ। କାରଣ ଶିଳ୍ପା ସତ କହିଲେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଲାଗିପାରେ।

ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚର କଡ଼ା ପ୍ରଶ୍ନର ସମ୍ମୁଖୀନ ହୋଇ ସାରିଲେଣି ଶିଳ୍ପା। ରାଜ୍‌ କୁନ୍ଦ୍ରାଙ୍କୁ ସାମ୍ନାରେ ବସାଇ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପାଙ୍କୁ ୬ ଘଣ୍ଟା ଧରି ଜେରା କରିଛି କ୍ରାଇମବ୍ରାଞ୍ଚ। ରାଜ୍‌ କୁନ୍ଦ୍ରାଙ୍କୁ କୋର୍ଟ ୨୭ ଜୁଲାଇ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.