Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ଖୋଲୁଛି ଗୁମର, ଅକ୍ଷୟଙ୍କ ପରେ ସାମ୍ନାକୁ ଆସିଲା ଆଉ ଏକ ନାଁ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହ ବିତିଲାଣି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି ସାମ୍ନାକୁ ଆସିଥିଲା। ଯେଉଁଥିରେ ଅକ୍ଷୟ ନାମ ଥିବା ବେଳେ ଏବେ ଜ୍ୟୋତି ନାଁ ସାମ୍ନାକୁ ଆସିଛି।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କର ବିବାହ ପୂର୍ବରୁ ସମ୍ପର୍କ ରହିଥିବା ସହ ଅକ୍ଷୟ ଏବଂ ଜ୍ୟୋତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସୌମ୍ୟଙ୍କ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି। ତେବେ ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ମଧ୍ୟ ତାଙ୍କ ଭାଇ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ବଲାଙ୍ଗୀରରେ ହଷ୍ଟେଲରେ ବିଦ୍ୟାଭାରତୀ ରହୁଥିବା ରୁମରୁ ପୋଲିସ ଜ୍ୟୋତି ନାମକ ଯୁବକର କିଛି ରେକର୍ଡ ଜବତ କରିଛି। ସେପଟେ ସୌମ୍ୟଙ୍କ ବଡ ଭାଇଙ୍କ କହିବା ଅନୁସାରେ ବିଦ୍ୟାଭାରତୀଙ୍କର ଏକ ଖାତା ମିଳିଛି। ଯେଉଁଥିରେ ଅକ୍ଷୟଙ୍କ ନାଁ ଲେଖାଯାଇଛି। ବିଦ୍ୟାଭାରତୀଙ୍କ ସହିତ ଏହି ଅକ୍ଷୟଙ୍କର ସମ୍ପର୍କ କ’ଣ ହୋଇଥାଇପାରେ ବୋଲି ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏଥିସହିତ ପୋଲିସର ତଦନ୍ତ ପ୍ରକ୍ରିୟାରେ ସୌମ୍ୟଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି।

ସେପଟେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବଲାଙ୍ଗୀରରୁ ତଦନ୍ତ କରି ଫେରିଛି ପାରଳାଖେମୁଣ୍ଡି ପୋଲିସ। ମିଳିଥିବା ତଥ୍ୟକୁ ତର୍ଜମା କରୁଛି ପୋଲିସ। ଶନିବାର ବଲାଙ୍ଗୀର ବ୍ୟାଚେଲର ପାର୍ଟି ସମ୍ପର୍କରେ ତଦନ୍ତ ପାଇଁ ଯାଇଥିଲା ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ତଦନ୍ତ କାରି ଟିମ୍। ଲାଇଭ୍ ଷ୍ଟକ୍ ତାଲିମ କେନ୍ଦ୍ର ହଷ୍ଟେଲ ରୁମରେ ଯାଞ୍ଚ କରିବା ସହ କିଛି ଦସ୍ତାବିଜ ସଂଗ୍ରହ କରିଛି ପୋଲିସ। ଅଧିକ ତଦନ୍ତ ପାଇଁ ସେହି ରୁମକୁ ପୋଲିସ ସିଜ୍ କରିଥିବା ଜଣାପଡିଛି।

Leave A Reply

Your email address will not be published.