Odisha Link
Bridging the Missing Links in Odisha

ACF ସୌମ୍ୟ ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, କ’ଣ ଅଛି ଜାଣନ୍ତୁ

କଟକ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଆସିବାରେ ଲାଗିଛି। ମୃତ୍ୟୁ ପଛର ପ୍ରକୃତ କାରଣର ଖିଅ ପୁଲିସ୍‌ ଖୋଜୁ ଥିବାବେଳେ ସୋମବାର ଆସିଛି ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ।

ଆଜି ସୌମ୍ୟଙ୍କ ପରିବାରଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିଛି କଟକ ମର୍କତନଗର ଥାନା। ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକସ୍ଥଳୀ ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୋଡ଼ା ସ୍ଥାନରୁ କିରାସିନିର ଗନ୍ଧ ଆସୁଥିବା ରିପୋର୍ଟରେ ମଧ୍ୟ ଉଲେଖ ରହିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ଜଣାଯାଇଛି।

ଅପରପକ୍ଷେ, ସୌମ୍ୟଙ୍କ ପରିବାର ଲୋକ ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି। ମୁଖ୍ୟ ଆସାମୀ ବୋହୂ, ତାଙ୍କୁ ଗିରଫ କାହିଁକି କରାଯାଉନାହିଁ ବୋଲି ସୌମ୍ୟଙ୍କ ବାପା ପ୍ରଶ୍ନ କରିଛନ୍ତି। ଏହା ଭିତରେ କିଛି ଚକ୍ରାନ୍ତ ଚାଲିଛି, ବୋହୂକୁ ଗିରଫ କଲେ ସତ ବାହାରିବ ବୋଲି ସୌମ୍ୟଙ୍କ ବାପା କହିଛନ୍ତି। ସେହିପରି ବିଦ୍ୟାଭାରତୀ ଓ ତାଙ୍କ ବାପା ମାଆ ସବୁ ଜାଣିଛନ୍ତି ବୋଲି ସୌମ୍ୟଙ୍କ ମାଆ କହିଛନ୍ତି। ଅକ୍ଷୟ ନାମ ବ୍ୟକ୍ତିଙ୍କ ନାଁ ନେଇ ସୌମ୍ୟଙ୍କ ଭାଇ ବି ଅଭିଯୋଗ ଆଣିଛନ୍ତି। ଅକ୍ଷୟଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କର ତଦନ୍ତ ହେଉ ବୋଲି ସୌମ୍ରଙ୍କ ଭାଇ ଦାବି କରିଛନ୍ତି।

Leave A Reply

Your email address will not be published.