ଇଂଲଣ୍ଡ ଯିବେ ସୂର୍ଯ୍ୟ ଓ ପୃଥ୍ବୀ, ଷ୍ଟାଣ୍ଡବାଇରୁ ଦଳରେ ସାମିଲ ହେଲେ ଅଭିମନ୍ୟୁ
ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ। ଏହାପୂର୍ବରୁ ଭାରତୀୟ ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। ଶ୍ରୀଲଙ୍କା ଗସ୍ତରେ ଥିବା ପୃଥ୍ବୀ ଶ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ୍ କରିଛି ବିସିସିଆଇ। ଏହି ଦୁଇ ଖେଳାଳି ସିଧାସଳଖ ଶ୍ରୀଲଙ୍କାରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଶୁବମନ୍ ଗିଲ ଓ ୱାଶିଂଟନ୍ ସୁନ୍ଦର ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ପୃଥ୍ୱୀ ଓ ସୂର୍ଯ୍ୟକୁମାରଙ୍କୁ ସାମିଲ୍ କରାଯାଇଛି।
ଇଂଲଣ୍ଡ ଗସ୍ତ ପାଇଁ ଷ୍ଟାଣ୍ଡବାଇ ଥିବା ବେଙ୍ଗଲ୍ ଓପ୍ନର ଅଭିମନ୍ୟୁ ଈଶ୍ୱରନଙ୍କୁ ମୁଖ୍ୟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ତେବେ ଅନ୍ୟତମ ଷ୍ଟାଣ୍ଡବାଇ ବୋଲର ଆଭେଶ ଖାନ୍ ଆହତ କାରଣରୁ ସ୍ୱଦେଶ ଫେରିଆସିଛନ୍ତି। ଗିଲଙ୍କ ପେଣ୍ଡାରେ ଆଘାତ ଲାଗିଥିବା ବେଳେ ସୁନ୍ଦରଙ୍କ ଡାହାଣ ହାତ ବୋଲିଂ ଫିଙ୍ଗର (ଅଙ୍ଗୁଳି)ରେ ଗୁରୁତର ଆଘାତ ଲାଗିଛି। ଏମାନଙ୍କ ସ୍ଥାନରେ ଅଲ୍ ଇଣ୍ଡିଆ ସିନିୟର ସିଲେକ୍ସନ୍ କମିଟି ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ଘୋଷଣା କରିଛନ୍ତି।
🚨 NEWS 🚨: Injury & replacement updates – India’s Tour of England, 2021
More Details 👇 #ENGvIND
— BCCI (@BCCI) July 26, 2021
ଭାରତୀୟ ସ୍କ୍ୱାଡ୍: ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ୍, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଲୋକେଶ ରାହୁଲ, ଋଦ୍ଧିମାନ ସାହା (ୱିକେଟ୍ କିପର), ଅଭିମନ୍ୟୁ ଈଶ୍ୱରନ୍, ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ।
ଷ୍ଟାଣ୍ଡବାଇ ଖେଳାଳି: ପ୍ରସିଦ୍ଧା କ୍ରିଷ୍ଣା, ଅର୍ଜାନ ନାଗୱାସୱାଲ୍ଲା।