Odisha Link
Bridging the Missing Links in Odisha

କରୋନା କଟକଣା ଭିତରେ ଆଜିଠୁ ଖୋଲିବ ସ୍କୁଲ

ଭୁବନେଶ୍ବର: କରୋନା କଟକଣା ଭିତରେ ଆଜିଠୁ ଖୋଲିବ ସ୍କୁଲ। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠପଢିବେ। ସରକାରଙ୍କ ଦ୍ବାରା ଜାରି କରିଥିବା ଗାଇଡଲାଇନକୁ କଡା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି , ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି। ସକାଳ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହା ପୂର୍ବରୁ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏବଂ ଯେଉଁମାନେ ସେମାନଙ୍କ ପିଲାଙ୍କୁ ପାଠପଢ଼ାଇବାକୁ ପଠାଇବେ ସେମାନଙ୍କୁ ଏକ ସ୍ୱୀକୃତି ପତ୍ର ଦେବାକୁ କୁହାଯାଇଛି। ଏହି ସମୟରେ ଯଦି ସବୁକିଛି ଠିକଠାକ୍ ଚାଲେ ତେବେ ସେପ୍ଟେମ୍ବର ୧୫ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ।

ଜଳିତ ବର୍ଷ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ। ବର୍ଷକ ଭିତରେ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁୟାରୀ ଦ୍ୱିତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ହେବ ଶ୍ରେଣୀ ପରୀକ୍ଷା। ପ୍ରତି ପରୀକ୍ଷାକୁ ଗୁରୁତର ସହ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ବୋର୍ଡ ପରୀକ୍ଷା ହୋଇନପାରିଲେ ଶ୍ରେଣୀ ପରୀକ୍ଷା ଅନୁଯାୟୀ ହେବ ମୂଲ୍ୟାୟନ।

Leave A Reply

Your email address will not be published.