Odisha Link
Bridging the Missing Links in Odisha

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର। ରସୁଲଗଡ ଜିଜିିପି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି। ଉଦ୍ଧାର କଇଁଛକୁ ପାତ୍ରପଡାରେ ଥିବା ସ୍ୱତନ୍ତ୍ର ପାର୍କରେ ଛଡା ଯିବ ବୋଲି ସିଟି ଫରେଷ୍ଟ ଏସିଏଫ ପ୍ରଶାନ୍ତ ପଣ୍ଡା କହିଛନ୍ତି।

ଗତ ଦୁଇଦିନ ଧରି ଲଗାଣ ବର୍ଷା ସମୟରେ ଏକ ଇଣ୍ଡିଆନ ଷ୍ଟାର ଟର୍ଟୋଇଜ ପ୍ରଜାତିର ବିରଳ କଇଁଛ ଛୁଆ ଜିଜିି କଲୋନୀରେ ବୁଲିବା ସମୟରେ କିଛି କୁକୁର କଇଁଛକୁ ଖାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କଇଁଛଟି ସଙ୍ଗୀତା ନାୟକଙ୍କ ଅଗଣା ଫାଟକ ଭିତରକୁ ପସି ଯାଇଥିଲା। ସଙ୍ଗୀତା କଇଁଛକୁ କୁକୁର ମୁହଁରୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.