Odisha Link
Bridging the Missing Links in Odisha

ଆସାମ-ମିଜୋରାମ ସୀମା ବିବାଦ: ୬ ଯବାନ ସହିଦ, ୮୦ରୁ ଉର୍ଦ୍ଧ ଆହତ

ନୂଆଦିଲ୍ଲୀ: ଆସାମ-ମିଜୋରାମ ଉଗ୍ର ରୂପ ଧାରଣ କରିଛି ସୀମା ବିବାଦ। ହିଂସାକାଣ୍ଡରେ ଆସାମ ପୋଲିସର ୬ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଛି। ଉତ୍ତେଜନା ପ୍ରବଣ ଅଞ୍ଚଳରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱର୍ମା କହିଛନ୍ତି, ଆସାମ ପୋଲିସ ବିରୋଧରେ ମିଜୋରାମ ପୋଲିସ ଏପରିକି ହାଲୁକା ମେସିନଗନର ବ୍ୟବହାର କରିବା ଯୋଗୁ ସ୍ଥିତି ବିଗିଡିଛି। ଆସାମର କାଚର ଜିଲ୍ଲା ଏସପିଙ୍କ ଦେହରେ ଗୁଳି ଲାଗିବାରୁ ସେ ଗୁରୁତର ଆହତ ହୋଇଛନ୍ତି।

ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଛି। ଶିବିର ପ୍ରତିଷ୍ଠାକୁ ଆସାମ ପୋଲିସ ବିରୋଧ କରିବା ପରେ ମିଜୋରାମ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଆସାମ ସରକାର ଅଭିଯୋଗ କରିଛନ୍ତି।

ସେପଟେ ଆସାମ ବିରୋଧରେ ପାଲଟା ଅଭିଯୋଗ କରିଛି ମିଜୋରାମ। କୋଲାସିବଠାରେ ଏକ ପୋଲିସ ଶିବିର ଉପରେ ଆସାମ ପ୍ରଥମେ ଆକ୍ରମଣ କରିଛି ବୋଲି ମିଜୋରାମ ଅଭିଯୋଗ କରିଛି।

Leave A Reply

Your email address will not be published.