Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ। ସମ୍ବଲପୁର ଧନକଉଡା ମୁଖ୍ୟ କିରାଣୀ ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ସାକ୍ଷୀପଡା ସ୍ଥିତ ବାସଭବନରେ ଚଢାଉ ଚାଲିଛି।

ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ। ତେବେ ତାଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚଢାଉ ଶେଷ ହେବା ପରେ ଏବାବଦରେ ସ୍ପଷ୍ଟ ତଥ୍ୟ ମିଳିପାରିବ।

Leave A Reply

Your email address will not be published.