Odisha Link
Bridging the Missing Links in Odisha

ଷ୍ଟିଲ୍ ସିଟିରେ ଶିଶୁ ବିକ୍ରି ରାକେଟ ଠାବ, ୭ ଗିରଫ

ରାଉରକେଲା: ଷ୍ଟିଲ୍ ସିଟି ରାଉରକେଲାରେ ଛୁଆ ବିକ୍ରି ରାକେଟର ଠାବ। ଏହି ମାମଲାରେ ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ ୫ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ମୋବାଇଲ ଜବତ ହୋଇଛି। ମୋବାଇଲରେ ଛୁଆ ବିକ୍ରି ରାକେଟର ତଥ୍ୟ ରହିଥିବା ପୁଲିସ କହିଛିି।

କିଛି ମାସ ହେବ ଏଠାରେ କିଛି ଧନୀ ଶ୍ରେଣୀର ମହିଳା ଏହି ରାକେଟ୍ ଚଳାଇ ଆସୁଥିଲେ। ଏମାନେ ରାଉରକେଲା ସହରରୁ ଗରିବ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ ଝାରଖଣ୍ଡ ଓ ଛତିଶଗଡରେ ବିକ୍ରି କରିଆସୁଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ରାକେଟରେ ଆଉ କିଛି ମହିଳାଙ୍କ ହାତ ଥିବା ପୁଲିସ କହିଛି।

Leave A Reply

Your email address will not be published.