Odisha Link
Bridging the Missing Links in Odisha

ବୁଲେଟ ପାଇଁ ଚାଲିଗଲା ନବବଧୂର ଜୀବନ

ଯୌତୁକର ଫାଶରେ ଚାଲିଗଲା ନବବଧୂ

ନୟାଗଡ: ଯୌତୁକର ଫାଶରେ ଚାଲିଗଲା ନବବଧୂର ଜୀବନ। ବୁଲେଟ ପାଇଁ ନବବଧୂକୁ ହତ୍ୟାl ବିବାହର ୩ ମାସ ମଧ୍ୟରେ ବୁଲେଟ୍ ଦେଇ ନପାରିବାରୁ ବୋହୂକୁ ହତ୍ୟା କରି ପଙ୍ଖାରେ ଟାଙ୍ଗିଦେଲେ ଶାଶୂଘର ଲୋକେ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ସଦର ଥାନା ଅଞ୍ଚଳ ଖେଡ଼ପଡ଼ା ଗାଁରେ।

ସୂଚନା ମୁତାବକ, ଦଶପଲ୍ଲା ଥାନା ମଧୁପୁର ଗାଁର ସ୍ବର୍ଗତ ବାମଦେବ ନାୟକଙ୍କ ଝିଅ ସୁଭଦ୍ରା ନାୟକ ଖେଡ଼ପଡ଼ା ଗାଁର ଦିଲ୍ଲୀପ ନାୟକଙ୍କୁ ବିବାହ କରିଥିଲେ। ବର ପକ୍ଷର ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ। ଅନେକ ସମୟରେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ଗତକାଲି ବିଳମ୍ବିତ ରାତିରେ ରହସ୍ୟଜନକ ଭାବେ ସୁଭଦ୍ରାଙ୍କ ଝୁଲନ୍ତା ମୃତଦେହ ଶାଶୂଘରୁ ମିଳିଥିଲା। ତେଣୁ ସୁଭଦ୍ରାଙ୍କ ବାପଘର ଲୋକେ ନୟାଗଡ଼ ସଦର ଥାନାରେ ଶାଶୂଘର ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରିବା ସହ ଖୋର୍ଦ୍ଧା ଏବଂ ନୟାଗଡ଼ ଫରେନସିକ ଟିମ ସହାୟତାରେ ତଦନ୍ତ କରି ସ୍ୱାମୀ ଦିଲ୍ଲୀପଙ୍କୁ ଅଟକ ରଖିଛି। ତେବେ ଏନେଇ ଦିଲ୍ଲୀପ ନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.