Odisha Link
Bridging the Missing Links in Odisha

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର: କରୋନା କାୟା କମି ନଥିବା ବେଳେ ଏବେ ଡେଙ୍ଗୁ କାୟା। ଏହାରି ମଧ୍ୟରେ ରାଜଧାନୀରେ ଚଳିତ ବର୍ଷ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ୧୫ବର୍ଷର ବାଳକ।

ଗତ କିଛିଦିନ ଧରି ବାଳକ ଜଣଙ୍କ ଜ୍ୱରରେ ପୀଡିତ ଥିଲେ। ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି। ବିଏମସିର ନର୍ଥ ଯୋନରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଶୈଳଶ୍ରୀ ବିହାରର ମୃତ୍ୟୁବରଣ କରିଥିବା ବାଳକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ଅଥବା ଅନ୍ୟକିଛି କାରଣ ରହିଛି ତାହା ଜାଣିବାକୁ ବିଏମସି ପକ୍ଷରୁ ତନାଘନା ଜାରି ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅନ୍ତର୍ଜାମି ମିଶ୍ର କହିଛନ୍ତି। ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସଫେଇ ଓ ମଶାଧୂଆଁ ଆଦି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବିଏମସି ନର୍ଥ ଯୋନ ଯୋନଲ ଡେପୁଟି କମିଶନର କହିଛନ୍ତି।

Leave A Reply

Your email address will not be published.