Odisha Link
Bridging the Missing Links in Odisha

ବିଗ୍‌ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲେ ରାଜ୍ କୁନ୍ଦ୍ରା: ସାଗରିକା ସୁମନ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରା ଓ ତାଙ୍କ ପ୍ରଡକ୍ସନ ହାଉସକୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ବ୍ୟବସାୟକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମଡେଲ ସାଗରିକା ସୁମନ।

ସାଗରିକା ସୁମନ କହିଛନ୍ତି, ଅଧୁରା ରହିଗଲା ରାଜ କୁନ୍ଦ୍ରାଙ୍କ ସ୍ୱପ୍ନ। ତା ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଗଲେ। ନିଜ ହଟ୍‌ସଟ୍ସ ଆପ୍‌ ପାଇଁ ବିଗ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲେ ରାଜ୍। ଏଭଳି ଖୁଲାସା କରି ରାଜଙ୍କ ପ୍ଲାନିଂ ସମ୍ପର୍କରେ ବଖାଣିଛନ୍ତି ସାଗରିକା।

ସାଗରିକା ଆହୁରି କହିଛନ୍ତି, ବିଗ୍‌ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲା ରାଜଙ୍କ କମ୍ପାନୀ। ନିକିତା ମୋଲି, ଅର୍ସି ଖାନ ପ୍ରମୁଖ ବିଗ୍‌ ବସ୍‌ ପ୍ରତିଯୋଗୀ ଯେଉଁମାନେ ବିଜନେସ୍‌ ସୁଟ୍‌ରେ ଯାଉଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲା ରାଜ୍‌ଙ୍କ କମ୍ପାନୀ। ହେଲେ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରି ନ ଥିଲା। ଏହାପରେ ଗତ ଫେବୃୟାରୀରେ ଉମେଶ କାମତ ଗିରଫ ହେବା ପରେ ଏହି ପ୍ରୋଜେକ୍ଟ ଅଧୁରା ରହିଗଲା।

ଏହାବାଦ ବେଶି ଫିଲ୍ମରେ ନଜର ନ ଆସି ବି ଲାଇମଲାଇଟ୍‌ରେ ରହୁଥିବା ସେଲିନା ଜେଟଲି, କିମ୍‌ ଶର୍ମା, ନେହା ଧୂପିଆ ପ୍ରମୁଖଙ୍କ ପରି ମଡେଲ ଓ ଅଭିନେତାଙ୍କୁ ବି ନିଜ ଜାଲ୍‌ରେ ଫସାଇବାକୁ ଚେଷ୍ଟା କରୁଥିଲେ ରାଜ୍‌। ଏହାପରେ ରାଜଙ୍କ କମ୍ପାନୀ ପକ୍ଷରୁ ଅର୍ସି ଖାନକୁ ଆପ୍ରୋଚ କରାଯାଇଥିଲା। ଅର୍ସି ପୂର୍ବରୁ ହଟସଟ୍ସ ପାଇଁ ହୋଷ୍ଟିଂ ଓ ଆଙ୍କରିଂ କରି ସାରିଥିଲେ। ମାତ୍ର ଏଥର ତାଙ୍କୁ ଲାଇଫ୍‌ ଷ୍ଟ୍ରିମିଂ ପାଇଁ ପ୍ରପୋଜାଲ ଦିଆଯାଇଥିଲା। ଏପିସୋଡ଼ ପିଛା ୨ ଲକ୍ଷ ଦେବାକୁ କୁହାଯାଇଥିବା ବେଳେ ଅର୍ସି ୫ ଲକ୍ଷ ଦାବି କରିଥିଲେ। ଫଳରେ ଏହି ପ୍ରୋଜେକ୍ଟ ବି ଅଧୁରା ରହିଗଲା।

ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚର କଡ଼ା ପ୍ରଶ୍ନର ସମ୍ମୁଖୀନ ହୋଇ ସାରିଲେଣି ଶିଳ୍ପା। ରାଜ୍‌ କୁନ୍ଦ୍ରାଙ୍କୁ ସାମ୍ନାରେ ବସାଇ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପାଙ୍କୁ ୬ ଘଣ୍ଟା ଧରି ଜେରା କରିଛି କ୍ରାଇମବ୍ରାଞ୍ଚ। ଅଶ୍ଳୀଳ ଫିଲ୍ମ ମାମଲରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କର ରିମାଣ୍ଡ ଅବଧି ଆଜି ଶେଷ ହୋଇଯାଇଥିବା ବେଳେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ସହଯୋଗୀ ରିଅନ ଥୋର୍ପେଙ୍କୁ ମଧ୍ୟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.