Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା: ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ଉଠିବ ମଦ ଦୋକାନ

ନୂଆଦିଲ୍ଲୀ: ଏଣିକି ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ଉଠିବ ସବୁ ମଦ ଦୋକାନ। ରାଜପଥର ୫୦୦ ମିଟର ଦୂରରେ ମଧ୍ୟରେ କୌଣସି ମଦ ଦୋକାନ ରହିବ ନାହିଁ। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ନେଇଛନ୍ତି। ଏହି ସାନି ନିର୍ଦ୍ଦେଶନାମା ପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହାର କାର୍ଯ୍ୟକାରିତା ନେଇ କୁହାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ମଦ ଦୋକାନଗୁଡ଼ିକର ଲାଇସେନ୍ସ ରଦ୍ଦ କରାଯାଉ। ୨୦ ହଜାର ଲୋକସଂଖ୍ୟା ବିଶିଷ୍ଟ ସ୍ଥାନୀୟ ଅଞ୍ଚଳମାନଙ୍କରେ ମଦ ଦୋକାନ ଖୋଲିବା ନେଇ ୫୦୦ ମିଟରରୁ ୨୨୦ ମିଟରକୁ ଦୂରତା କମାଇ ଦିଆଯାଇଛି। ସେହିପରି ଜାତୀୟ ଓ ରାଜ୍ୟ ରାଜପଥ ଥିବା ସ୍ଥାନମାନଙ୍କରେ ମଦ ଦୋକାନ ଖୋଲିବାକୁ ଦୂରତା ୫୦୦ ମିଟର ରଖାଯାଇଛି।

୨୦୧୬ ମସିହାରେ ସୁପ୍ରିମକୋର୍ଟ ମଧ୍ୟ ଜାତୀୟ ଓ ରାଜ୍ୟ ରାଜପଥର ଉଭୟ କଡ଼ରେ ମଦ ବିକ୍ରି ନେଇ କଟକଣା ଜାରି କରିଥିଲେ। ଏହା ସହ ରାଜପଥ ରାସ୍ତା କଡ଼ରେ କୌଣସି ପ୍ରକାର ମଦ ସମ୍ବନ୍ଧୀୟ ବିଜ୍ଞାପନ, ହୋର୍ଡିଂ ନ ଲଗାଇବା ନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। ସାଧାରଣତଃ ମୋଟର ଯାନ ଆକ୍ଟ, ୧୯୮୮ର ଧାରା ୧୮୫ ଅନୁଯାୟୀ, ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କୁ ଜେଲଦଣ୍ଡ ଓ ଜରିମାନା ଲାଗୁ କରାଯାଏ। ଏହାସହ ମଦ୍ୟପାନ କରି ଡ୍ରାଇଭିଂ କରିବାର ଭୟାବହତା ବିଷୟରେ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ମାଧ୍ୟମରେ ମନ୍ତ୍ରଣାଳୟ ଦ୍ୱାରା ସଚେତନତା କରାଯାଉଛି।

Leave A Reply

Your email address will not be published.