Odisha Link
Bridging the Missing Links in Odisha

ଆଇସିୟୁରେ ଭର୍ତ୍ତି ହେଲେ ଚେଲ୍ଲାକୁମାର

ଭୁବନେଶ୍ୱର: ଆଇସିୟୁରେ ଭର୍ତ୍ତି ହେଲେ ଡ.ଏ.ଚେଲ୍ଲାକୁମାର। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଟ୍ୱିଟ କରି ଜଣାଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ଟ୍ୱିଟରେ ଲେଖାଯାଇଛି ଯେ, ଛାତିରେ ଯନ୍ତ୍ରଣା ହେତୁ ଏ ଚେଲ୍ଲାକୁମାରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି। ଆମେ ଆପଣଙ୍କୁ ପୁଣିଥରେ ଓଡ଼ିଶାବାସୀଙ୍କ ପାଇଁ ଆକ୍ସନ୍ ମୋଡରେ ଦେଖିବାକୁ ଚାହୁଁଛୁ। ଆମେ ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢ଼ିବୁ। ଶୀଘ୍ର ସୁସ୍ଥ ହୁଅନ୍ତୁ, ସାର୍!

ସେପ୍ଟେମ୍ବର ୧୨,୨୦୨୦ରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଆଜି ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଥିଲେ। ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲାକୁମାରଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଥିଲା। ସେବେଠାରୁ ଓଡ଼ିଶାର ଦାୟିତ୍ୱ ସମ୍ଭାଳି ଆସୁଛନ୍ତି ଚେଲ୍ଲାକୁମାର।

Leave A Reply

Your email address will not be published.