Odisha Link
Bridging the Missing Links in Odisha

ହାଇଦରର ପୁଅକୁ ମିଳିଲାନି ଜାମିନ

ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆବେଦନ କରିଥିଲା ବଡ଼ ପୁଅ ସେକ କାଦିର ଓରଫ ମୁନ୍ନା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ସେକ କାଦିର ଓରଫ ମୁନ୍ନାର ଜାମିନ ଆବେଦନ ଖାରଜ କରିଛନ୍ତି।

ବାପାର ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ସେ ଆବେଦନ କରିଥିଲା। ଏଥିପାଇଁ ମୁନ୍ନା ୪୦ ଦିନିଆ ଜାମିନ ଆବେଦନ କରିଥିଲା। ଆବେଦନ ଖାରଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆବେଦନାକାରୀ ଓକିଲ ରବିନାରାୟଣ ମହାନ୍ତି ।

ତେବେ ହାଇଦରର ୩ ପୁଅଙ୍କ ମଧ୍ୟରୁ ବଡ଼ପୁଅ ସେକ୍ ମୁନ୍ନା ୧୨ ବର୍ଷ ହେବ ଜେଲରେ ଅଛି। ତା’ ନାଁରେ ୧୮ଟି ମାମଲା ବିଚାରାଧୀନ ରହିଛି। ମଝିଆ ପୁଅ ସେକ୍ ଚୁନେଇ ଓ ସାନ ପୁଅ ସେକ୍ ଅଜୁ ଏବେବି ଫେରାର ଅଛନ୍ତି।

Leave A Reply

Your email address will not be published.