Odisha Link
Bridging the Missing Links in Odisha

କୋର୍ଟରେ ହାଜର ନ ହେଲେ କଙ୍ଗନାଙ୍କ ବିରୋଧରେ ଜାରିହେବ ଗିରଫ ୱାରେଣ୍ଟ

ମୁମ୍ବାଇ: ବଲିଉଡର ପଙ୍ଗା କୁଇନ୍ କଙ୍ଗନା ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ବଲିଉଡ ଗୀତିକାର ଜାଭେଦ ଅଖତରଙ୍କ ମାନହାନୀ ମାମଲରେ କଙ୍ଗନାଙ୍କ ଅଡୁଆ ବଢ଼ିଛି। ଏପରିକି କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିପାରନ୍ତି ବୋଲି ରାୟ ଶୁଣାଇ ଦେଇଛନ୍ତି।

ଆଜି ଏହି ମାମଲାର ଶୁଣାଣି ଥିଲା। କିନ୍ତୁ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଯଦି କଙ୍ଗନା ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସେପଟେ କଙ୍ଗନା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ଏକ ଆପ୍ଲିକେସନ୍ ଦାଖଲ କରି ବ୍ୟକ୍ତିଗତ ଉପସ୍ଥିତିକୁ ନେଇ ନେଇ ରିଲିଫ୍ ମାଗିଥିଲେ। କଙ୍ଗନା କହିଥିଲେ, ‘ଜଣେ ଅଭିନେତ୍ରୀ ଭାବରେ ମୋତେ ଦେଶର ଅନେକ କୋଣ ଅନୁକୋଣକୁ ଯିବାକୁ ପଡିଥାଏ। ତେଣୁ ଏପରି ହାଜର ହେବାକୁ ତାଙ୍କୁ କାର୍ଯ୍ୟ ସ୍ଥାନରୁ ମୁମ୍ବାଇ ଫେରିବାକୁ ପଡ଼ିବ। ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ।

Leave A Reply

Your email address will not be published.