Odisha Link
Bridging the Missing Links in Odisha

ସ୍ଥିତି ଦେଖି ଅନଲକ ନିଷ୍ପତ୍ତି ନିଆଯିବ: ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଅନଲକ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ଯେ କହିଛନ୍ତି, ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ବଳକା ଥିବା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ। ଯେହେତୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଇବେ ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦେଉଛୁ। କୋଭିଡ ଗାଇଡଲାଇନ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ଼ ଦେଖିକି ଅନଲକ ନିଷ୍ପତ୍ତି ନିଆଯିବ। ସାମଗ୍ରୀକ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ।

ସେ ଆହୁରି କହିଛନ୍ତି ଯେ, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ଜାରି ରହିବା ଉଚିତ। ଲୋକମାନେ କୋଭିଡ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି ତେଣୁ କଟକଣା କିଛି ରଖିବା ଦରକାର। ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି।

ଛୋଟ ଛୁଆମାନଙ୍କୁ ଟିକା ଦେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର ଦଳୀୟ ବୈଠକରେ କହିଛନ୍ତି। ମାତ୍ର ସରକାରୀ ସ୍ତରରେ ଅନୁମୋଦନ ମିଳିନି। ଗାଇଡଲାଇନ ଆସିବା ପରେ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

Leave A Reply

Your email address will not be published.