Odisha Link
Bridging the Missing Links in Odisha

ସୌମ୍ୟ ଓ ବିଦ୍ୟାଭାରତୀଙ୍କ ସମ୍ପର୍କ ନେଇ ମୁହଁ ‌ଖୋଲିଲେ ଡ୍ରାଇଭର

ଉଦଳା: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହରୁ ଅଧିକ ଦିନ ବିତି ସାରିଥିଲେ ମଧ୍ୟ  ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏ ସବୁ ଭିତରେ ସାମ୍ନାକୁ ଆସିଛନ୍ତି ଗାଡି ଡ୍ରାଇଭର। ଯିଏ ବିଦ୍ୟାଭାରତୀ ଓ ସୌମ୍ୟଙ୍କୁ ବଲାଙ୍ଗିରରୁ ଆଣିବାକୁ ଯାଇଥିଲେ।

ଡ୍ରାଇଭରଙ୍କ ସୂଚନା ମୁତାବକ, ଏପ୍ରିଲ୍ ୧୩ ତାରିଖ ଦିନ ଡ୍ରାଇଭର ଜଣକ ବିଦ୍ୟାଭାରତୀଙ୍କ ବାପା ଏବଂ ମା’ଙ୍କୁ ନେଇ ବଲାଙ୍ଗିର ଯାଇଥିଲେ। ସେଠାରୁ ବିଦ୍ୟାଭାରତୀ ଏବଂ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ବିଦ୍ୟାଭାରତୀଙ୍କ ବାପଘର ଗୌଡ ଗାଁକୁ ଫେରିଥିଲେ। ସେଠାରେ  ୫ ରୁ ୬ ଦିନ ରହିବା ପରେ ୨୨ ତାରିଖ ସୁଦଶାବ୍ରତ ପୂର୍ବ ଦିନ ପୁଣି ଉକ୍ତ ଡ୍ରାଇଭର ନିଜେ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ କ୍ୱାର୍ଟର୍ସକୁ ମଧ୍ୟ ଛାଡ଼ିବାକୁ ଯାଇଥିଲେ।

ସୌମ୍ୟ ଏବଂ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଯିବା ସମୟରେ ଗାଡ଼ି ଭିତରେ ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନ ଥିବା ବେଳେ ସମସ୍ତେ ବେଶ୍ ଖୁସିରେ ଥିଲେ। ପାରଳାଖେମୁଣ୍ଡିରେ ଉଭୟଙ୍କୁ ଛାଡିଥିବା ବେଳେ ଉକ୍ତ ଦିନ ରାତିରେ କ୍ୱାର୍ଟର୍ସରେ ରହି ଯିବାକୁ ସୌମ୍ୟ କହିଥିଲେ। ହେଲେ ମୁଁ ମନା କରିଥିଲେ।

ପାରଳାଖେମୁଣ୍ଡି ଯିବା ସମୟରେ ସୌମ୍ୟ ଓ ବିଦ୍ୟାଭାରତୀ ବେଶ୍‌ ହସଖୁସିରେ ଥିଲେ। ସେମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା। ଗାଡ଼ି ଭିତରେ ସେମାନେ କୌଣସି ଝଗଡ଼ା ମଧ୍ୟ ହୋଇନଥିଲେ।

ଅନ୍ୟପଟେ ସୌମ୍ୟଙ୍କ ଘରଲୋକ ଅଭିଯୋଗ କରିଛନ୍ତି ଯେ, ପୁଅ-ବୋହୂ ଗୋଟିଏ ଘରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ। ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ’ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

Leave A Reply

Your email address will not be published.