Odisha Link
Bridging the Missing Links in Odisha

ଜୁଲାଇ ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ବର: କରୋନା କାଳରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ। ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ। ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ। ୩୧ ପରେ କଳା ରେଜଲ୍ଟ ପ୍ରକାଶ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଛନ୍ତି। ଏ ନେଇ ସୁପ୍ରିମକୋର୍ଟରେ ସ୍ଵତନ୍ତ୍ର ପିଟିସନ ଦାୟର କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖନୀୟ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ପ୍ରକାଶ କରିବାକୁ କହିଥିଲେ ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ, ଜୁଲାଇ ୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାସ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି କହିଥିଲେ। ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାର ପାଇଁ ଆମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହି ଅନୁସାରେ ଆମେ ୩୧ ସୁଦ୍ଧା ଫଳ ବାହାର କରିବାକୁ ଆମେ ଚେଷ୍ଟା କରୁଛୁ ବୋଲି କହିଥିଲେ।

Leave A Reply

Your email address will not be published.