Odisha Link
Bridging the Missing Links in Odisha

ରାଜଧାନୀରେ ଡେଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ ୩୨ ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଗତ ୨୪ ଘଣ୍ଟାରେ ପୁଣି ୩୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଭୁବନେଶ୍ୱରର ଡେଙ୍ଗୁ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି।

ରାଜଧାନୀର ପ୍ରତି ସମ୍ବେଦନଶୀଳ ଅଞ୍ଚଳରେ ଦୈନିକ ୨୮୦ଟଙ୍କା ହିସାବରେ ୨୦ଜଣ ଲେଖାଏଁ ଲୋକଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛି ସ୍ୱାସ୍ଥ୍ୟ ବିଭାଗ। ସଫେଇ ଓ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସହ ସ୍ୱଚ୍ଛସାଥୀଙ୍କୁ ବିଭିନ୍ନ ୱାର୍ଡରେ ନିୟୋଜିତ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ଦୈନିକ କୋଭିଡ୍‌ ସଂକ୍ରମଣ ଆଖିଦୃଶିଆ ଭାବେ କମୁନଥିବା ବେଳେ ବିଏମ୍‌ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ। ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.