Odisha Link
Bridging the Missing Links in Odisha

ଅମରନାଥ ଗୁମ୍ଫା ପାଖରେ ବାଦଲଫଟା ବର୍ଷା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କିସ୍ତୱାଡ ଜିଲ୍ଲାରେ ପ୍ରକୃତିର କରାଳ ରୂପ। ଜମ୍ମୁ – କାଶ୍ମୀର ଓ ଲଦାଖରେ ଜଳ ପ୍ରଳୟ। ଗତକାଲି ସନ୍ଧ୍ୟାରେ ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହେବାରୁ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି। ଏହି ବନ୍ୟାରେ ଅନେକ ଲୋକ ନିଖୋଜ୍ ହୋଇଯାଇଛନ୍ତି। କିସ୍ତୱାଡ ପରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଛି।

ବୁଧବାର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା ଯୋଗୁଁ ପ୍ରବଳ ବର୍ଷା ହେବା ସହିତ ଅନେକ କ୍ଷୟକ୍ଷତି ଘଟିଛି। ନିଖୋଜ ଥିବା ଲୋକ ମାନଙ୍କ ଉଦ୍ଧାର କାର୍ଯ୍ୟରେ ଏବେ ଏସଡିଆରଫ୍ ର ଦୁଇଟି ଟିମ୍ ଲାଗି ପଡ଼ିଛନ୍ତି। ଏଥିରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବନ୍ୟାରେ ଜାମ୍ମୁ ପୋଲିସ କ୍ୟାମ୍ପରେ ନାନା କ୍ଷୟକ୍ଷତି ହୋଇଛି। ଉଦ୍ଧାର ଓ ରିଲିଫ ପାଇଁ ଗାନ୍ଦରବଲରୁ ଆଉ ଏକ ଟିମ୍ ପଠାଯାଇଛି।

ପାର୍ବତ୍ୟ ରାଜ୍ୟରେ ଅଚାନକ ଆସିଥିବା ବନ୍ୟା ଯୋଗୁଁ ୯ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ନିଖୋଜ ଅଛନ୍ତି। ସେପଟେ ହିମାଚଳ ପ୍ରଦେଶ, ଜାମ୍ମୁ ଏବଂ ଲଦାଖରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଘର, ଫସଲ କ୍ଷତିଗ୍ରସ୍ତ ହୋଇଛି ।

ତେବେ କିସ୍ତୱାଡ ଜିଲ୍ଲାରେ ବାଦଲ ଫାଟିବା ଯୋଗୁଁ ପ୍ରାଣ ହରାଇବା ଲୋକଙ୍କ ପ୍ରତି ଶୋକ ବ୍ୟକ୍ତ କରି ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଅନେକଙ୍କ ଜୀବନ ହାନି ଯୋଗୁଁ ସେ ଗଭୀର ଦୁଃଖିତ। ତେବେ ପାଣିପାଗ ବିଭାଗର ସୂଚନା ମୁତାବକ ଏହି ସ୍ଥାନ ମାନଙ୍କରେ ଆହୁରି ବର୍ଷା ଲାଗି ରହିବ। ତେଣୁ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ମାନଙ୍କରେ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.