Odisha Link
Bridging the Missing Links in Odisha

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨ରୁ ଅଗଷ୍ଟ୧୪ ତାରିଖ  ମଧ୍ୟରେ ଅନଲାଇନରେ ଆବେଦନ କରାଯାଇପାରିବ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଅକ୍ଟୋବର ୧୨ ତାରିଖ ମଧ୍ୟରେ  ମେରିଟ ଲିଷ୍ଟ ପ୍ରକାଶ ପାଇବ।  ରେଜଲ୍ଟ ପ୍ରକାଶ ପାଇନଥିବା ୟୁଜି ଛାତ୍ରଛାତ୍ରୀ ବି ଆବେଦନ କରିବାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ୨୨ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ। ପରେ ୨୨ରୁ ୨୮ ଅକ୍ଟାବର ଯାଏଁ ନାମଲେଖା ଚାଲିବ। ୪ ନଭେମ୍ବରରେ ୨ୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.