Odisha Link
Bridging the Missing Links in Odisha

ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ୨ୟ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ସ୍ମାର୍ଟ ସିଟି ଭୁବନେଶ୍ୱର।

ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ। ଏଥିରେ ଦେଶର ପ୍ରଥମ ୧୧ଟି ସ୍ମାର୍ଟ ସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ୧ କୋଟି ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ମିଳିବ।

ସ୍ମାର୍ଟ ସିଟି ଭୁବନେଶ୍ୱର ପକ୍ଷରୁ ଏହି ସଫଳତା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଚଳିତ ବର୍ଷ ଜୁନ ୨୫ରେ ସ୍ମାର୍ଟ ସିଟି ଭୁବନେଶ୍ୱର ୨ ଟି ପୁରସ୍କାର ଜିତିଥିଲା।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଗତ ମାସ ପ୍ରକାଶିତ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ର ପ୍ରତିଯୋଗିତାରେ ୨ଟି ପୁରସ୍କାର ହାତେଇଥିଲା ଭୁବନେଶ୍ୱର। ସୋଶାଲ ସ୍ମାର୍ଟ ଭୁବନେଶ୍ୱର ଓ ମୋ ଭୁବନେଶ୍ୱର ପୋର୍ଟାଲ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଏହି ପୁରସ୍କାର ମିଳିଥିଲା।

Leave A Reply

Your email address will not be published.