Odisha Link
Bridging the Missing Links in Odisha

କଟକ ଓ ଖୋର୍ଦ୍ଧାରେ ଅନ୍‌ଲକ୍‌ ସମ୍ଭାବନା କମ୍‌: ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମିଛି। ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୬ଶହରୁ ୧୭ଶହରେ ସ୍ଥିର ରହିଛି ଦୈନିକ ସଂକ୍ରମଣ। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର କମୁନି ତେଣୁ ଏଠାରେ ସଂପୂର୍ଣ୍ଣ କରିବାର ସମ୍ଭାବନା କମ୍‌ ରହୁଛି। ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍‌ ନିଷ୍ପତ୍ତି ନିଆଯିବା ବୋଲି ଡିଏମ୍‌ଟି ସିବିକେ ମହାନ୍ତି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ୫ଟି ରାଜ୍ୟରେ ସଂକ୍ରମଣ ରହୁଛି। ସେଥିରେ ଆମେ ଥିଲେ ବି ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି। ଜାତୀୟ ହାରରେ ଆମ ସଂଖ୍ୟା ନଗଣ୍ୟ, ୧୦ ପ୍ରତିଶତ ବି ନୁହେଁ। ରାଜ୍ୟ ସରକାରଙ୍କ ଦ୍ୱାର ଗଠିତ ହୋଇଥିବା ବିଶେଷଜ୍ଞ ଟିମ୍‌ ଯାହା କହିବ, ତାହା ନିଷ୍ପତ୍ତି ନିଆଯିବ। ସବୁ ନିଷ୍ପତ୍ତି ସ୍ଥାୟୀ ନୁହେଁ, ଆବଶ୍ୟକ ଦେଖି ଉଚିତ୍‌ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.