Odisha Link
Bridging the Missing Links in Odisha

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଜୋର ଜବରଦସ୍ତ କିସ୍ କରିବା ଅଭିଯୋଗ ଆଣିଲେ ଶର୍ଲିନ୍ ଚୋପ୍ରା କହିଲେ…

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ବ୍ୟବସାୟକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମଡେଲ ଶର୍ଲିନ୍ ଚୋପ୍ରା।

ଶର୍ଲିନ୍ ଚୋପ୍ରା ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି। ଶର୍ଲିନଙ୍କ କହିଛନ୍ତି, ୨୦୧୯ରେ ରାଜ୍ କୁନ୍ଦ୍ରା ତାଙ୍କ ବିଜନେସ୍ ମ୍ୟାନେଜର୍ଙ୍କୁ ଏକ ଚୁକ୍ତି ଉପରେ ଆଲୋଚନା କରିବାକୁ ଡାକିଥିଲେ। ସେ ଦାବି କରିଛନ୍ତି ଯେ, ୨୦୧୯ ମାର୍ଚ୍ଚ ୨୭ ତାରିଖରେ ବିଜନେସ୍ ମିଟିଂ ପରେ ରାଜ୍ କିଛି ଜଣାଇ ତାଙ୍କ ଘରକୁ ଚାଲି ଆସିଥିଲେ। ଏହା ପୂର୍ବରୁ ମେସେଜ୍ରେ ଦୁହିଁଙ୍କର ଖୁବ୍ ଝଗଡା ହୋଇଥିଲା।

ସେ କହିଛନ୍ତି ଯେ, “ବହୁତ୍ ମନା କରିବା ପରେ ବି ରାଜ୍ କୁନ୍ଦ୍ରା ତାଙ୍କୁ ଜୋରଜବରଦସ୍ତି କିସ୍ କରିବାକୁ ଲାଗିଲେ। ଏହାକୁ ବିରୋଧ କରିବାରୁ କୁନ୍ଦ୍ରା କହିଥିଲେ ଯେ, ଶିଳ୍ପା ଓ ତାଙ୍କ ଭିତରେ ସମ୍ପର୍କ ଠିମ୍ ଚାଲିନି ତେଣୁ ସେ ଘରେ ଅଧିକ ସମୟ ଷ୍ଟ୍ରେସ୍ ରେ ରହୁଛନ୍ତି”।

Leave A Reply

Your email address will not be published.