Odisha Link
Bridging the Missing Links in Odisha

କାଲିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା ଆରମ୍ଭ

କଟକ: ଆସନ୍ତା କାଲିଠୁ ଅଫଲାଇନ୍‌ ମାଟ୍ରିକ୍ ପରୀକ୍ଷା। ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା। ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୫୧ ଜଣ ଦେବେ ପରୀକ୍ଷା। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଚାଲିବ। ୧୫ ହଜାର ୧୩୬ ଜଣ ପରୀକ୍ଷାର୍ଥୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ। ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଲେ ବୋର୍ଡ ସଭାପତି। ସବୁ ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କ୍ରିନିଂ ହେବ। ରେଗୁଲାର୍ ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କ ଆଣ୍ଟିଜେନ୍ ଟେଷ୍ଟ ସରିଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଅବଜରଭେସନରେ ରଖାଯାଇଛି। ଏ ନେଇ ବୋର୍ଡ ସଭାପତି ରାମାସିସ୍‌ ହାଜରା ସୂଚନା ଦେଇଛନ୍ତି।

ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବହୁ ବାଦ ବିବାଦ ସହ ଅସନ୍ତୋଷ ଦେଖାଦେଇଥିଲା। ତେବେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଉ ଥରେ ଅଫଲାଇନରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା। ସେହି ଆଧାରରେ ଶୁକ୍ରବାରଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା।

Leave A Reply

Your email address will not be published.