Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ଆର୍ଚେରୀ ପ୍ରି-କ୍ୱାର୍ଟରରେ ପହଞ୍ଚିଲେ ଅତନୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ଭାରତ ପାଇଁ ଆଣିଛି ଖୁସିଖବର। ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ବକ୍ସିଂରେ ସତୀଶ କୁମାର ସୁପର ହେଭି କ୍ୱାର୍ଟରରେ ପହଞ୍ଚିଥିବା ବେଳେ ଆର୍ଚେରୀରେ ଅତନୁ ଦାସ ମଧ୍ୟ ପ୍ରି-କ୍ୱାର୍ଟରରେ ପହଞ୍ଚିଛନ୍ତି।

ଆର୍ଚେରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଅତନୁ ଦାସ। ବ୍ୟକ୍ତିଗତ ରିକର୍ଭ ରାଉଣ୍ଡ-୩୨ ଜିତିଛନ୍ତି ଅତନୁ। ସେ ଚାଇନିଜ ତାଇପେଇର ୟୁ-ଚେଙ୍ଗଙ୍କୁ ୬-୪ରେ ହରାଇଲେ ବିଜୟ ହାସଲ କରିଛନ୍ତି। ବିଜୟୀ ହେବା ସହ ପ୍ରି-କ୍ୱାର୍ଟରରେ ପହଞ୍ଚିଛନ୍ତି। ରାଉଣ୍ଡ-୧୬ରେ କୋରିଆର ଓ’ ଜିନ୍-ହିକଙ୍କୁ ଅତନୁ ଭେଟିବେ।

Leave A Reply

Your email address will not be published.