Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲରେ ଭାରତୀୟ ହକି ଟିମ୍

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ଭାରତୀୟ ପୁରୁଷ ହକି ଟିମ୍। ଦଳ ନିଜର ଚତୁର୍ଥ ମୁକାବିଲାରେ ଆର୍ଜେଣ୍ଟିନାକୁ ୩-୧ରେ ମାତ୍ ଦେଇଛି। ଭାରତର ଏହା ଚାରୋଟି ମ୍ୟାଚରୁ ତୃତୀୟ ବିଜୟ ଅଟେ। ଦଳ ପୂର୍ବରୁ ନ୍ୟୁଜିଲାଣ୍ଡ, ସ୍ପେନକୁ ହରାଇତିଲା। ଦଳ ଗ୍ରୁପ୍-ଏର ଶେଷ ମୁକାବିଲା ଜୁଲାଇ ୩୦ରେ ଜାପାନ ବିପକ୍ଷରେ ଖେଳିବ।

ଆର୍ଜେଣ୍ଟିନା ବିପକ୍ଷ ମୁକାବିଲାରେ ଉଭୟ ଦଳ ଭଲ ଆରମ୍ଭ କରିଥିଲେ। ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇନଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଲ୍ କରିପାରି ନଥିଲେ। ହାଫ୍ ଟାଇମ୍ ଯାଏଁ ସ୍କୋର ୦-୦ ଥିଲା। ତେବେ ୪୩ ମିନିଟରେ ବରୁଣ କୁମାର ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ।

ଆର୍ଜେଣ୍ଟିନା ଚତୁର୍ଥ କ୍ୱାର୍ଟରରେ ପ୍ରତ୍ୟାବର୍ତ୍ତନ କରିଥିଲା। ୪୮ ତମ ମିନିଟରେ ମ୍ୟାକୋ ସ୍କୁଥ୍ ଗୋଲ୍ କରି ୧-୧ରେ ବରାବର କରିଥିଲେ। ସେହିପରି ୫୮ ମିନିଟରେ ଭାରତର ବିବେକ କୁମାର ଆଉ ଏକ ଗୋଲ କରି ୨-୧ରେ ଆଗୁଆ ରଖିଥିଲେ। ସେହିପରି ୫୯ ମିନିଟରେ ହରମନପ୍ରିତ ସିଂ କର୍ଣ୍ଣରରେ ଗୋଲ୍ କରି ଦଳକୁ ୩-୧ରେ ଆଗୁଆ ରଖିଥିଲେ। ଭାରତକୁ ୮ଟି କର୍ଣ୍ଣର ମିଳିଥିବା ବେଳେ ଦଳ ୨ଟି ଗୋଲ୍ କରିଥିଲା।

Leave A Reply

Your email address will not be published.