Odisha Link
Bridging the Missing Links in Odisha

ଟୋକିଓ ଅଲମ୍ପିକ୍ସ: ବକ୍ସିଂ ସେମିଫାଇନାଲ ପ୍ରବେଶ କଲେ ଲବଲୀନା, ଭାରତକୁ ଆଉ ଏକ ପଦକ ମିଳିବାର ସମ୍ଭାବନା

ଟୋକିଓ: ଟୋକିଓ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିବାର ସମ୍ଭାବନା। ଭାରତୀୟ ବକ୍ସର ଲବଲୀନା କ୍ୱାର୍ଟର ଫାଇନାଲରେ ନିଜର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୨ୟ ରାଉଣ୍ଡକୁ ୫-୦ରେ ଜିତିଛନ୍ତି। ବକ୍ସିଂ ୬୯ କିଲୋଗ୍ରାମ ଇଭେଣ୍ଟ ସେମିଫାଇନାଲ ପ୍ରବେଶ କରିଛନ୍ତି।

ଲଭଲିନା ହେଉଛନ୍ତି ଭାରତର ପ୍ରଥମ ମହିଳା ଖେଳାଳି ଯିଏକି ଏହି ବର୍ଗରେ ପଦକ ଜିତିବା ଦୌଡରେ ଅଛନ୍ତି। ତେବେ ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଏକ ସୁଯୋଗ ରହିଛି। କିନ୍ତୁ ଏଥିପାଇଁ ଲଭଲିନାଙ୍କୁ ଆଉ ଦୁଇଟି ମ୍ୟାଚ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଯଦି ସେ ସେମିରେ ହାରନ୍ତି ତେବେ ମଧ୍ୟ ଏକ ପଦକ ପାଇବାର ସୁଯୋଗ ରହିଛି।

Leave A Reply

Your email address will not be published.