Odisha Link
Bridging the Missing Links in Odisha

ଗଣମାଧ୍ୟମ ବିରୋଧ ୨୫ କୋଟିର ମାନହାନୀ ମକଦ୍ଦମା ରୁଜୁକଲେ ଶିଳ୍ପା

ମୁମ୍ଵାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଗଣମାଧ୍ୟମକୁ ନେଇ କ୍ଷୁବ୍ଧ ପ୍ରକାଶ କରିଥିବା ବେଳେ ବମ୍ବେ ହାଇକୋର୍ଟରେ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି।

ଶିଳ୍ପା ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ଏହା ଉପରେ ଆଜି ଶୁଣାଣି ହେବ। ଶିଳ୍ପା ସେଟ୍ଟୀ କହିଛନ୍ତି, ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ଜରିଆରେ ତାଙ୍କ ଛବି ଖରାପ କରାଯାଉଛି।

ଶିଳ୍ପା ହାଇକୋର୍ଟରେ ଦାବି କରିଛନ୍ତି ଯେ, ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଆଦେଶ ଦିଆଯାଉ। ସେ ଅଭିଯୋଗ କରିଛନ୍ତି ଯେ, ଗଣମାଧ୍ୟମ ପ୍ରତିଷ୍ଠାନ ନିଜର ଲୋକପ୍ରିୟତା ବଢାଇବା ପାଇଁ ଚାଞ୍ଚଲ୍ୟକର ଖବର ପ୍ରସାରଣ କରୁଛନ୍ତି। ତାଙ୍କ ସ୍ଵାମୀଙ୍କ ବିରୋଧରେ ଚାଲିଥିବା କେସ୍‌କୁ ନେଇ ତାଙ୍କ ବିରୋଧରେ ମଧ୍ୟ ମିଥ୍ୟା ଖବର ଦେଖାଉଛନ୍ତି।

ତେଣୁ ଏହି ଗଣମାଧ୍ୟମ ପ୍ରତିଷ୍ଠାନକୁ ତାଙ୍କ ବିରୋଧରେ ପ୍ରସାରଣ କରୁଥିବା ଅପମାନଜନକ ଖବର ହଟାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା ହାଇକୋର୍ଟରେ ଦାବି କରିଛନ୍ତି। ଏଥିସହ ବିନା ସର୍ତ୍ତରେ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ଶିଳ୍ପାଙ୍କ ମତରେ ଗଣମାଧ୍ୟମ ଦ୍ଵାରା ତାଙ୍କ ବ୍ୟକ୍ତିଗତ ଜୀବନକୁ କ୍ଷୁର୍ଣ୍ଣ କରାଯାଉଛି। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମିଥ୍ୟା ଏବଂ ଅପମାଜନକ କଥା କୁହାଯାଉଛି।

Leave A Reply

Your email address will not be published.