Odisha Link
Bridging the Missing Links in Odisha

ଅଫଲାଇନ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଭୁବନେଶ୍ୱର: ଆଜିଠୁ ଅଫଲାଇନ ମାଟ୍ରିକ ପରୀକ୍ଷା। ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ। ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଏହାରି ମଧ୍ୟରେ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ।

ଭଞ୍ଜନଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଆଜିଠାରୁ ତାଙ୍କର ପରୀକ୍ଷା ଆରମ୍ଭ ହୋଇଛି। ୧୯୭୨ ମସିହା ଅକ୍ଟୋବର ୨ରେ ଜନ୍ମିତ ଶ୍ରୀ ସ୍ୱାଇଁ ୨୦୦୯ରୁ ସୋରଡା ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସେ ହାଟ୍ରିକ ଥର ପାଇଁ ବିଧାନସଭାକୁ ଆସିଛନ୍ତି।

ସଚନାଯୋଗ୍ୟ, ଅଫଲାଇନରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପାର୍ଟ-୧ରେ ଅବଜେକ୍ଟିଭ ଓ ପାର୍ଟ-୨ରେ ସବଜେକ୍ଟିଭ ପରୀକ୍ଷା ହେବ।

Leave A Reply

Your email address will not be published.