Odisha Link
Bridging the Missing Links in Odisha

ଆସିଲା ଅଗଷ୍ଟ ମାସ ପାଇଁ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଗତ ଜୁଲାଇ ୧୫ ତାରିଖ ଦିନ ଘୋଷଣା କରିଥିବା ଆଂଶିକ ଲକଡାଉନ ଅବଧି ଆସନ୍ତାକାଲି ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶ୍ରୀ ଜେନା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି।

ଅଗଷ୍ଟ ଗାଇଡଲାଇନ ମୁତାବକ, ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ରହିବ। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏଁ ଖୋଲା ରହିବ। ସମସ୍ତ ଧର୍ମିକ, ରାଜନୈତିକ ଓ ସାମାଜିକ ସମାବେଶକୁ ମନା କରାଯାଇଛି। ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି।

ଏସଆରସି କୋଭିଡ ପରିଚାଳନାନେଇ ସେ ସବିଶେଷ ତଥ୍ୟ ରଖି କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଆମ ରାଜ୍ୟରେ ୨୭ଟି ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା ଓ ପୁରୀରେ ଟିକେ ଅଧିକ। ତେବେ ଉଦବେଗଜନକ ନୁହେଁ। ଜୀବନ ଜୀବିକା ସମନ୍ୱୟ ପାଇଁ ଧୀରେ ଧୀରେ ଅନଲକ ହେଉଛି।

Leave A Reply

Your email address will not be published.