Odisha Link
Bridging the Missing Links in Odisha

ମା’ ନାଁରେ କଳଙ୍କ: ସାଙ୍ଘାତିକ ଅଭିଯୋଗ ଆଣିଲେ ପୁଅ ଓ ଝିଅ

ଭୁବନେଶ୍ୱର: ମାଆ ଛୁଆର ରକ୍ଷା କବଚ ହୋଇଥିବା ବେଳେ ନିଜ ମାଆଠୁ ସୁରକ୍ଷା ପାଇଁ ଥାନାରେ ଏତଲା ଦେଲେ ପୁଅ ଓ ଝିଅ।
ରାଜଧାନୀ ଭୁବନେଶ୍ୱରରୁ ଏମିତି ଏକ ଅଭିଯୋଗ ଆସିଛି। ଚନ୍ଦ୍ରଶେଖରପୁର ଥାନାରେ ଫେରାଦ ହୋଇ ମା’ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୁଅ ଓ ଝିଅ।

ପର ପୁରୁଷଙ୍କ ସହ ସମ୍ପର୍କ ରଖିବା ସହ ନିଜ ପିଲାଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ମାଆ। ଏମିତିକି ନିଶାସକ୍ତ ଯୁବକ ମାନେ ମାଆ ସହ ସମ୍ପର୍କ ରଖି ଘରେ ଥିବା ଝିଅ ସହ ଅଶ୍ଲୀଳ ଇଙ୍ଗିତ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଝିଅର ଅଭିଯୋଗ ମୁତାବକ, ନିଶାସକ୍ତ ଯୁବକ ଚନ୍ଦନ ନାମକ ଜଣେ ବ୍ୟକ୍ତି ମାଆଙ୍କୁ ମଦ ପିଆଇ ବେହୋସ କରିବା ପରେ, ମୋ ଦେହକୁ ଛୁଇଁବାକୁ ଚେଷ୍ଟା କରିଛି ଏବଂ ମୋ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରନ୍ତି।

ସେହିପରି ସଂଗ୍ରାମ ନାମକ ଜଣେ ଯୁବକ ମୋ ମାଆକୁ ନିଦ ବଟିକା ଖୁଆଇ, ମୋତେ ଧର୍ଷଣ କରିବାକୁ ଉଦ୍ୟମ କରିଥିବା ମଧ୍ୟ କହିଛନ୍ତି ଝିଅ। ମାଆ ଅନେକ ସମୟରେ ଆମକୁ ଅତ୍ୟାଚାର କରନ୍ତି। ନିଜେ ଖରାପ କାମ କରିବା ସହ ତାଙ୍କ ସହ ଆସୁଥିବା ବ୍ୟକ୍ତିମାନେ ମୋ ସହ ମଧ୍ୟ ଖରାପ କାମ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏସବୁର କୌଣସି ପ୍ରତିବାଦ ମାଆ କରେ ନାହିଁ ବୋଲି କହିଛନ୍ତି ଅବିଯୋଗକାରୀ ଝିଅ।

Leave A Reply

Your email address will not be published.