Odisha Link
Bridging the Missing Links in Odisha

ସରକାରୀ ସ୍କୁଲରେ ହେବ ଇ-ଉପସ୍ଥାନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଇ-ଉପସ୍ଥାନ ମାଧ୍ୟମରେ କରାଯିବ। ଏହି ଆପ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାପନ ଅନଲାଇନ ମାଧ୍ୟମରେ ଜାଣିବା ସହ ସେମାନେ କି ପ୍ରକାର ମାଧ୍ୟମ ଯଥା-ସ୍ମାର୍ଟ ଫୋନ, କମ୍ପୁ୍ୟଟର, ସାଧାରଣ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଜାଣିହେବ।

ଏହି ଇ-ଉପସ୍ଥାନ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ଏହା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଅଭିନବ ପଦକ୍ଷେପ ବୋଲି ବୋଲି ଆପକୁ ଉନ୍ମୋଚନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Leave A Reply

Your email address will not be published.