Odisha Link
Bridging the Missing Links in Odisha

ଅଗଷ୍ଟ ୨ୟ ସପ୍ତାହରୁ ଭୁବନେଶ୍ୱରରୁ ରାଞ୍ଚିକୁ ବିମାନ ସେବା

ଭୁବନେଶ୍ବର: ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଞ୍ଚିକୁ ଉଡ଼ିବ ବିମାନ। ଅଗଷ୍ଟ ୧୧ ତାରିଖରୁ ଭୁବେନା‌ବରରୁ ରାଞ୍ଚିକୁ ବିମାନ ଚଳାଚଳ ସୁବିଧା ହେବ। ମିଳିଥିବା ସୂଚନା ମୁତାବିକ ଏୟାର ଇଣ୍ଡିଆର ସବସିଡାରୀ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ଭାୟା ରାଞ୍ଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳପ୍ରଚଳ ହେବ।

ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଉପଲବ୍ଧ ହେବ। ୭୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ଏହି ମାର୍ଗ ପାଇଁ କମ୍ପାନୀ ପକ୍ଷରୁ ମୁତୟନ କରାଯାଇଛି। ଏହି ବିମାନ ଚଳପ୍ରଚଳ କରିବା ଦ୍ୱାରା ରାଞ୍ଚି ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ପାଇଁ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ।

Leave A Reply

Your email address will not be published.