Odisha Link
Bridging the Missing Links in Odisha

ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ, ପାଣି ଘେରରେ ଶହ ଶହ ଏକର ଧାନ ଜମି

ଧର୍ମଗଡ଼: ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ। ଯାହାରିଫଲରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏଥିସହିତ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡ଼ା ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇଛି।

ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା ଜଳସେଚନରେ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡ଼ା ଯାଇଥିଲା। ହେଲେ ପ୍ରଥମ ଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ।

ଗତକାଲି ରାତିସାରା କେନାଲରେ ମାତ୍ରାଧିକ ଜଳ ଛଡ଼ା ଯିବା ଯୋଗୁ ତଥା ନିମ୍ନମାନର କାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିକଟସ୍ଥ ସମସ୍ତ ଚାଷ ଜମିରେ ଧାନ ବୁଣା ଓ ରୁଆ ସରିଥିବାରୁ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ସେମାନେ କହିଛନ୍ତି। ଚାଷୀମାନେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.