Odisha Link
Bridging the Missing Links in Odisha

୫ ବର୍ଷର ଶିଶୁକୁ ହତ୍ୟା, ଡରରେ ଆତ୍ମସମର୍ପଣ

ମାଲକାନଗିରି: ୫ ବର୍ଷର ଶିଶୁକୁ ହତ୍ୟା କରି ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲା ହତ୍ୟାକାରୀ। ପରେ ଡରରେ କଲା ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି ୧୯ ଗ୍ରାମରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି।

ସୂଚନା ମୁତାବକ, ଏମଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଶୁକ୍ରବାରଠାରୁ ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ଆଜି ଆଦର୍ଶ ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସମୟରେ ହତ୍ୟାକାରୀ ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଛି।

ନାବାଳକଙ୍କୁ ହତ୍ୟା କରି ବିକାଶ ମୃତଦେହକୁ କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଥିଲା। ତେବେ ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି।

Leave A Reply

Your email address will not be published.