Odisha Link
Bridging the Missing Links in Odisha

ଆଜିଠୁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି। ଏହା ଫଳରେ ଆଜିଠାରୁ ଓଡ଼ିଶାରେ ବର୍ଷା କମିବା ସହ ପାଗ ବଦଳିବା ଆରମ୍ଭ କରିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଭାରତୀୟ ପାଣିପାଗ ବିଭାଗ ମୁତାବକ, ଲଘୁଚାପ ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି। ଏହା ଆସନ୍ତା ୨ ଦିନରେ ଉତ୍ତରପ୍ରଦେଶ ଆଡ଼କୁ ଗତି କରିବ ଓ କ୍ରମଶଃ ଦୁର୍ବଳ ହୋଇଯିବ। ଫଳରେ ଆଗାମୀ କିଛି ଦିନ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଦକ୍ଷିଣ ଉତ୍ତର ପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ହଟିଯାଇଥିବାରୁ ଓଡ଼ିଶାରେ ଚାଲିଥିବା ଲଗାଣ ବର୍ଷା କମିଯାଇଛି।

ଆଗାମୀ ଅଗଷ୍ଟ ୩ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତୋଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ତେବେ ୩ ତାରିଖ ପରେ ରାଜ୍ୟର ସୁନ୍ଦରଗଡ଼,ମୟୁରଭଞ୍ଜ,କେନ୍ଦୁଝର, ଭଦ୍ରକ,ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.