Odisha Link
Bridging the Missing Links in Odisha

ଆଜି ଅପରାହ୍ନ ସାଢ଼େ ୩ଟାରେ ହେବ ବଡ଼ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଏସବୁ ମଧ୍ୟରେ ଆଜି (ଶନିବାର) ଆସିବ ଅଗଷ୍ଟ ଗାଇଡ୍‌ ଲାଇନ୍। ଅଗଷ୍ଟ ମାସ ପାଇଁ ଗାଇଡ୍‌ ଲାଇନ୍‌ ଘୋଷଣା କରିବେ ରାଜ୍ୟ ସରକାର। ଅପରାହ୍ନ ସାଢ଼େ ୩ଟା ସମୟରେ ହୋଇପାରେ ଘୋଷଣା।

ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ ଲାଇନ୍‌ର ଅବଧି ଆସନ୍ତାକାଲି ସକାଳ ୬ଟାରେ ଶେଷ ହେବ । ତେଣୁ ଏହା ପୂର୍ବରୁ ଅର୍ଥାତ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରାଯିବ। ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ସଂପୂର୍ଣ୍ଣ ଅନଲକ୍ କୁ ଯିବେ କି ରାଜ୍ୟ ସରକାର ? ଏସବୁକୁ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

ତେବେ ରାଜ୍ୟରେ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡିଲେ ପ୍ରାୟ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ପାଇବାରେ ଲାଗିଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ ପୂର୍ବରୁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ କଟକଣା ଏବେ ବି ବଳବତ୍ତର ରହିଛି । ମଲ୍ , ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ରହିଛି ।

ଅପରପକ୍ଷେ ଗୋଟିଏ ପଟେ କରୋନାର ସମ୍ଭାବ୍ୟ ତୃତୀୟ ଲହରର ଭୟ ଓ ଅନ୍ୟପଟେ ଜୀବନ, ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ୍ ହେବ ନାହିଁ, ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି।

Leave A Reply

Your email address will not be published.