Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ହକି

ନୂଆଦିଲ୍ଲୀ: ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ। ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅନ୍ତିମ ଗ୍ରୁପ ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ପୁଲ୍ ଏରେ ଆୟାର୍ଲାଣ୍ଡ ନିଜର ଅନ୍ତିମ ମ୍ୟାଚରେ ବ୍ରିଟେନ ନିକଟରୁ ପରାଜିତ ହେବା ପରେ ଭାରତୀୟ ଦଳ କ୍ୱାଟର୍ରର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବ୍ରିଟେନ ୨-୦ରେ ଆୟାର୍ଲାଣ୍ଡକୁ ପରାସ୍ତ କରିଥିଲା।

ପୁଲ୍ ଏ ଓ ବିରୁ ଟପ୍-୪ ଟିମ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେଉଥିବା ବେଳେ ଶନିବାରର ବିଜୟ ପରେ ଭାରତ ୪ର୍ଥ ସ୍ଥାନରେ ପହଞ୍ଚିଥିଲା। ଇତିହାସ ଅର୍ଜନ କରିଥିବା ବନ୍ଦନା କଟାରିୟାଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ଭାରତ ୪-୩ରେ ବିଜୟ ହାସଲ କରିଥିଲେ। ବନ୍ଦନା ମ୍ୟାଚର (୪ର୍ଥ, ୧୭ମ ଓ ୪୯ ତମ) ମିନିଟରେ ଗୋଲ ସ୍କୋର କରିଥିଲେ।

Leave A Reply

Your email address will not be published.