Odisha Link
Bridging the Missing Links in Odisha

Tokyo Olympics: ଡିସକସ୍‌ ଥ୍ରୋ ଫାଇନାଲରେ କମଲପ୍ରିତ କୌର

ଟୋକିଓ: ବିଶ୍ବ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ନବମ ଦିନରେ ପଦକ ଆଶା ବଢ଼ାଇଲେ ଭାରତୀୟ ଖେଳାଳି। ଭାରତର ଡିସ୍‌କସ୍‌ ଥ୍ରୋ ଖେଳାଳି କମଲପ୍ରିତ କୌର ଦମଦାର ପ୍ରଦର୍ଶନ କରିଛନ୍ତି।

ଟୋକିଓ ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର। ଏଥିସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି ସେ। ପ୍ରଥମ ପ୍ରୟାସରେ ସେ ୬୦.୨୯ ମିଟର ଫିଙ୍ଗିଥିବାବେଳେ ଦ୍ୱିତୀୟ ପ୍ରୟାସରେ ୬୩.୯୭ ଥ୍ରୋ କରିଥିଲେ। ସେହିଭଳି ତୃତୀୟ ପ୍ରୟାସରେ ସେ ୬୪ ମିଟର ସହିତ ଅନ୍ତିମ କୋଟା ସୁରକ୍ଷିତ କରିଥିଲେ। ଫଳରେ ଭାରତକୁ ଆଉ ଏକ ପଦକ ଆଶା ସୁନିଶ୍ଚିତ ହୋଇଛି।

ଅନ୍ୟପଟେ ଭେଟେରାନ ଡିସକସ ଥ୍ରୋଅର ସୀମା ପୁନିଆ ଗ୍ରୁପ ଏ ର ଷଷ୍ଠ ସ୍ଥାନରେ ରହିଛନ୍ତି। ଡିସକସ୍‌ ନେଟ୍‌କୁ ଲାଗିବା ଫଳରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ତାଙ୍କର ପ୍ରଥମ ପ୍ରୟାସକୁ ଅବୈଧ ଘୋଷଣା ହୋଇଥିଲା । ଦ୍ବିତୀୟ ପ୍ରୟାସରେ ସେ ୬୦.୫୭ ମିଟର, ତୃତୀୟ ପ୍ରୟାସରେ ୫୮.୯୩ ମିଟର ଫିଙ୍ଗିଥିଲେ।

Leave A Reply

Your email address will not be published.