Odisha Link
Bridging the Missing Links in Odisha

ଅଗଷ୍ଟ ୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ଏଥିସହିତ ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ଏନେଇ ଦେଇଛନ୍ତି ସୂଚନା।

ଅଗଷ୍ଟ ମାସର କରୋନା କଟକଣା ଗାଇଡ୍‌ଲାଇନ୍ ଆସିବା ପରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ଏହି ଜାତୀୟ ଉଦ୍ୟାନକୁ ଖୋଲା ଯିବ।

ଅଗଷ୍ଟ ୫ରୁ ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଓ ଗୁପ୍ତି ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ। ପର୍ଯ୍ୟଟକମାନଙ୍କ ପାଇଁ ସରକାରୀ ଓ ଘରୋଇ ବୋଟ୍‌ ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି।

ଏହା ସହିତ ଭିତରକନିକାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ କୋଭିଡ୍ ଗାଇଡ୍‌ ଲାଇନ୍, ଯେପରିକି ମାସ୍କ ପିନ୍ଧିବା ଆଦିକୁ ମାନିବାକୁ ବନଖଣ୍ଡ ଅଧିକାରୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.