Odisha Link
Bridging the Missing Links in Odisha

ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ ବାବୁଲଙ୍କ ୟୁ-ଟର୍ଣ୍ଣ, ପାଓ୍ବାର କରିଡରରେ ଚର୍ଚ୍ଚା

କୋଲକାତା: ଦୁଇ ଦିନ ତଳେ ହଠାତ୍‌ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବିଜେପି ସାଂସଦ ବାବୁଲ ସୁପ୍ରିୟୋ। ସିଙ୍ଗରରୁ ରାଜନେତା ବନିଥିବା ବାବୁଲ ସୁପ୍ରିୟୋ ସମୟ ଗଡ଼ିବ ସହ ନିଜର ମତ ବଦଳାଇବାରେ ଲାଗିଛନ୍ତି। ଯାହାକୁ ନେଇ ପୁଣି ଚର୍ଚ୍ଚାରେ ବାବୁଲ।

ବାବୁଲ ଶନିବାର ଦିନ ରାଜନୀତିକୁ ବାଏବାଏ କହିବା ସହ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ହେଲେ ଶନିବାର ୟୁ-ଟର୍ଣ୍ଣ ମାରିଛନ୍ତି ସେ। ବାବୁଲ ଆଜି କହିଛନ୍ତି ଯେ, ରାଜନୀତିରେ ସକ୍ରିୟ ନ ରହି ମଧ୍ୟ ମୁଁ ମୋର ସାମ୍ବିଧାନିକ କର୍ତ୍ତବ୍ୟ କରିବି। ମୁଁ ସାଂସଦ ପଦରେ ରହିବି।

ସୂଚନାଯୋଗ୍ୟ, ଶନିବାର ବାବୁଲ ରାଜନୀତିରୁ ସନ୍ନ୍ୟାସ ନେବା କଥା କହିବାରୁ ବିଜେପି କ୍ୟାମ୍ପରେ କମ୍ପନ ସୃଷ୍ଟି ହୋଇଥିଲା। ବାବୁଲ ରାଜନୀତି ଛାଡ଼ିବା ପଛରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ବୋଲି ମଧ୍ୟ କିଛି ରିପୋର୍ଟ ପ୍ରକାଶ ପାଇଥିଲେ। ଏସବୁ ଭିତରେ ଆଜି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ଦୀର୍ଘ ସମୟ ଧରି ବାବୁଲ ତାଙ୍କ ସହ ବୈଠକ କରିଥିଲେ। ସମ୍ଭବତଃ ଏହି ସମୟରେ ଶ୍ରୀ ନଡ୍ଡା ତାଙ୍କୁ ସାଂସଦ ପଦ ନ ଛାଡ଼ିବାକୁ ବୁଝାଇଛନ୍ତି। କାରଣ ବୈଠକ ପରେ ହିଁ ବାବୁଲ ସାଂସଦ ପଦରେ ରହିବେ ବୋଲି ସର୍ବସମ୍ମୁଖରେ ଘୋଷଣା କରିଛନ୍ତି। ଏହାପୂର୍ବରୁ ବାବୁଲଙ୍କୁ ମନେଇବା ପାଇଁ ବିଜେପି ହାଇକମାଣ୍ଡ ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟାଙ୍କୁ ଦାୟିତ୍ୱ ଦେଇଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା।

Leave A Reply

Your email address will not be published.