Odisha Link
Bridging the Missing Links in Odisha

ଅଗଷ୍ଟ ମାସରେ ଆସିପାରେ କରୋନା ତୃତୀୟ ଲହର!

ନୂଆଦିଲ୍ଲୀ: ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ। ଅକ୍ଟୋବରରେ ଏହା ପିକ୍ ହେବ। ଏହି ସମୟରେ ପ୍ରତିଦିନ ସଂକ୍ରମିତ ସଂଖ୍ୟା ୧ଲକ୍ଷ ପାଖାପାଖି ହୋଇପାରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ହୋଇପାରେ। ଏଭଳି ଏକ ସମ୍ଭାବ୍ୟ ରିପୋର୍ଟ ଜାରି କରିଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ମଥୁକୁମାଲି ବିଦ୍ୟାସାଗର ଏବଂ ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ।

ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସ କମିଟିର ସଦସ୍ୟ ରହିଛନ୍ତି। ଗତ ମାସରେ ସେ କହିଥିଲେ କୋଭିଡର ତୃତୀୟ ଲହର ଅକ୍ଚୋବର-ନଭେମ୍ୱରରେ ପିକରେ ପହଞ୍ଚିବ। ଦ୍ୱିତୀୟ ଲହର ଦେଶର ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାକୁ ଦର୍ଶାଇଥିଲା। ହେଲେ ତୃତୀୟ ଲହର ବେଳେ ଯଦି କୋଭିଡ ସେହି ଭଳି ମାରାତ୍ମକ ହେବ ତାହେଲେ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯିବ।

ବିଶେଷଜ୍ଞ କହିଛନ୍ତି, କେରଳ ଏବଂ ମହାରାଷ୍ଟ୍ରରେ ଯେଉଁଭଳି ଭାବରେ କୋଭିଡ୍ ସଂକ୍ରମଣ ବୃଦ୍ଧି ହେଉଛି ତାହା ତୃତୀୟ ଲହରର ଆରମ୍ଭ ବୋଲି ଇଙ୍ଗିତ ଦେଉଛି। ଦେଶରେ ଯେଉଁ ୧୦ଟି ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିତି ଅଧିକ ରହିଛି ତାହାର ସମୀକ୍ଷା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ହୋଇଥିଲା।

ସେହି ରାଜ୍ୟଗୁଡିକ ହେଲା ଓଡ଼ିଶା, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର। ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଏବଂ ସ୍ଥିତିକୁ ତଦାରଖ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବା ଦରକାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ।

Leave A Reply

Your email address will not be published.