Odisha Link
Bridging the Missing Links in Odisha

ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ପିଟି ପିଟି ହତ୍ୟା

ଅନୁଗୁଳ: ଗୁଣି ସନ୍ଦେହରେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ। ଏହି ଘଟଣାରେ ଜଣଙ୍କର ଶବ ମିଳିଥିବା ବେଳେ ଏହି ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଆଦିବାସୀ ସାହିର ବୁଧୁରାମ ଚାତର ଏବଂ ସ୍ତ୍ରୀ ମୁନି ଚାତର ଏବଂ ତାଙ୍କ ସମ୍ପର୍କୀୟ ମୋଟେଇ ଗାଗରାଇ ୩ମାସ ତଳେ କୌଣସି କାରଣରୁ ଭୋଜିରେ ମାଂସ ନଦେବାକୁ ନେଇ ଝଗଡ଼ା କରିଥିଲେ। ଗାଁର ଅନ୍ୟ ଲୋକମାନେ ଏହି ପରିବାରକୁ ବାସନ୍ଦ କରିଥିଲେ।

ବାସନ୍ଦ ହେବା ପରେ ଗାଁ ଲୋକ ତାଙ୍କ ସାଙ୍ଗରେ ମିଳାମିଶା କରୁନଥିଲେ। ବାସନ୍ଦ ହୋଇଥିବା ଦୁଇ ପରିବାର ଗାଁର ଅନ୍ୟ ଲୋକଙ୍କ ଉପରେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ଗତ ୩୦ ତାରିଖରେ ଗାଁର କିଛି ଯୁବକ ସଙ୍ଗବଧ ଭାବେ ଆକ୍ରମଣ କରିଥିଲେ। ବୁଧୁରାମ ଚାତର ଏବଂ ସ୍ତ୍ରୀ ମୁନି ଚାତର ଏବଂ ତାଙ୍କ ସମ୍ପର୍କୀୟ ମୋଟେଇ ଗାଗରାଇଙ୍କୁ ଜଙ୍ଗଲ ଭିତରକୁ ଟାଣିନେଇ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

ହତ୍ୟା ପରେ ନିକଟସ୍ଥ ଏକ ନଦୀରେ ତିନି ଜଣଙ୍କ ଶବକୁ ଭସାଇ ଦେଇଥିଲେ  ଏନେଇ ଖମାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.