Odisha Link
Bridging the Missing Links in Odisha

ଆଜି ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ଗାଇଡଲାଇନରେ ଅନେକ କଟକଣା କୋହଳ ହେବା ପରେ ବି ଆଜି ରାଜଧାନୀର ସବୁ ରୁଟ୍‌ରୁ ‘ମୋ ବସ୍’ ଗଡିବାକୁ ଥିବା ବେଳେ ଧାରଣାରେ ମୋ ବସ୍ ଡ୍ରାଇଭର। ଭୁବନେଶ୍ୱର ଡିପୋରୁ ଗଡୁନି ୧୨୮ ‘ମୋ ବସ୍’

ରାଜଧାନୀରେ ଆଜି ଗଡୁନି ମୋ ବସ୍। ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍ କର୍ମଚାରୀ। ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା। ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି ବୋଲି କହିଛନ୍ତି ଡ୍ରାଇଭର। ତେଣୁ ଦରମା ବୃଦ୍ଧି କରାଯାଇ ୧୮ ହଜାର ଟଙ୍କା କରାଯାଉ ବୋଲି ଦାବି କରିଛନ୍ତି।

ଦରମା ସହ ଇଏସ ଆଇ, ଇପିଏଫ୍ ମଧ୍ୟ ସବୁ କର୍ମଚାରୀ ପାଉନଥିବା ଅଭିଯୋଗ ହୋଇଛି। ଦରମା ବଢ଼ାଇବା ପାଇଁ ଦାବି କଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଉଛି ଟ୍ରାଭେଲ ଟାଇମ୍ସ। ତେଣୁ ଆଜିଠୁ କାମ ଛାଡି ସମସ୍ତ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି।

Leave A Reply

Your email address will not be published.