Odisha Link
Bridging the Missing Links in Odisha

ଖେଳ ଶେଷ, କୋଟିପତି ପିଏସ୍‌ ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

କୋଟିପତି ପିଏସ୍‌ ବିରଞ୍ଚିଙ୍କ ଖେଳ ଶେଷ, ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ବର: କୋଟିପତି ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କୁ ଆଉ ଏକ ଝଟକା। ଆଜି ମଧ୍ୟାହ୍ନରେ ଓଏସ୍‌ଏସ୍‌ସି ଅଧ୍ୟକ୍ଷ ବିରଞ୍ଚିଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ସନ୍ଧ୍ୟାରେ ବାଧ୍ୟତାମୂଳକ ଅବସର ଦେଳେ ରାଜ୍ୟ ସରକାର। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। ତାଙ୍କଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ।

ଶୁକ୍ରବାର (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ତାଙ୍କ ଘର, ଅଫିସ୍‌ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍‌ ୬ ଟି ଜାଗାରେ ଚଢ଼ଉ କରିଥିଲା ।

ଏହି ସମୟରେ ତାଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କା ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଏହା ଛଡ଼ା ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ୱର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ ଟି ଏକ ମହଲା ଘର। ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ ଟି ପ୍ଲଟ୍‌। ଗୋଟିଏ କାର୍‌, ୨ ଟି ବାଇକ୍‌, ୫୬ ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା। ତା’ଛଡା ଶ୍ରୀ ସାହୁଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

Leave A Reply

Your email address will not be published.