Odisha Link
Bridging the Missing Links in Odisha

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ଆଜି ଦ୍ୱିତୀୟ ଥର ଜେରା କରିବ ପୁଲିସ

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୃତ୍ୟୁ ଉପରୁ ପରଦା ହଟୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅପରପକ୍ଷେ ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବା ବେଳେ ସୌମ୍ୟ କେମିତି ମୃତ୍ୟୁକାଳୀନ ଜମାନବନ୍ଦୀ ଦେଲେ, ସେ ନେଇ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୌମ୍ୟଙ୍କ ପରିବାର ସଦସ୍ୟ ବିଦ୍ୟାଭାରତୀଙ୍କ ଉପରେ ଆରୋପ ଲାଗାଇ ଥିବା ବେଳେ। ଆଜି ପୁଣି ଦ୍ୱିତୀୟ ଥର ପାଇଁ ବିଦ୍ୟାଭାରତୀଙ୍କ ଜେରା କରାଯିବ। ଏହାଛଡ଼ା ବିଦ୍ୟାଭାରତୀଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିବା ଜଣେ ଯୁବକଙ୍କୁ ମଧ୍ୟ ଜେରା କରାଯାଇପାରେ।

ବିଦ୍ୟାଭାରତୀଙ୍କ ଜବତ ହୋଇଥିବା ମୋବାଇଲରୁ କିଛି ଫଟୋ, ରେକର୍ଡିଂ ମିଳିଥିବାରୁ ପୋଲିସକୁ କିଛି ନୂଆ ତଥ୍ୟ ମିଳିପାରେ। ଆଜି ତଦନ୍ତକାରୀ ଦଳ ବିଦ୍ୟାଭାରତୀଙ୍କୁ ଜେରା ପାଇଁ କପ୍ତିପଦା ଗସ୍ତ କରିବ। ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରାଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟା ସାମନ୍ାକୁ ଆସିବ ବୋଲି କୁହାଯାଉଛି।

Leave A Reply

Your email address will not be published.