Odisha Link
Bridging the Missing Links in Odisha

ପୁଣି ଉହାନରେ ମାତିଲା କରୋନା

ବେଜିଂ: କରୋନାର ଉତ୍ପତ୍ତିସ୍ଥଳ ଉହାନରେ ପୁଣି ମାତିଲା କରୋନା କାୟା। ସଂକ୍ରମଣ ପଢ଼ିବା ପରେ ଚୀନ୍ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ସବୁ ନାଗରିକଙ୍କ କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ଉହାନରେ ପ୍ରଥମେ କରୋନା ଜୀବାଣୁ ସଂକ୍ରମଣର ମାମଲା ରିପୋର୍ଟ କରାଯାଇଥିଲା। ୱୁହାନର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ, ସହରର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍କ୍ରିନିଂ କରାଯିବ। ୱୁହାନର ଜନସଂଖ୍ୟା ୧୦ ମିଲିୟନରୁ ଅଧିକ। ବର୍ଷେ ପରେ ଓ୍ୱୁହାନରେ କରୋନା ସଂକ୍ରମଣର ସାତୋଟି ନୂଆ ମାମଲା ରିପୋର୍ଟ କରାଯାଇଛି।