Odisha Link
Bridging the Missing Links in Odisha

ହାଇକୋର୍ଟ ଶୁଣାଣିର ଲାଇଭ ଷ୍ଟ୍ରିମିଂକୁ ବାର ଆସୋସିଏସନର ବିରୋଧ

କଟକ: ଗତକାଲିଠୁ ହାଇକୋର୍ଟରେ ମାମଲା ଶୁଶାଣିର ସିଧା ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ଆଜି ଏହାକୁ ବିରୋଧ କରୁଛି ହାଇକୋର୍ଟ ବାର ଆସୋସିଏସନ। ଆଇନଜୀବୀମାନେ ସିଧାପ୍ରସାରଣକୁ ବିରୋଧ କରି ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ବର୍ଜନ କରଛନ୍ତି। ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସଡିଂ ରୁଲ୍ସ ୨୦୨୧କୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆଇନଜୀବୀ।

ଓଡ଼ିଶା ହାଇକୋର୍ଟର ଶୁଣାଣିକୁ ଲାଇଭ ଷ୍ଟ୍ରିମିଂ କରିବା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି। ତେବେ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ କରିପାରିବେ। ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜ୍ ଲିଷ୍ଟରେ ପ୍ରକାଶ ପାଇବ।

କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସଂପର୍କିତ ମାମଲା, ପକ୍ସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ସଂକ୍ରାନ୍ତୀୟ ମାମଲାର ସିଧା ପ୍ରସାରଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ଜାତୀୟ ସୁରକ୍ଷା ସଂପର୍କିତ ମାମଲାକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି।

Leave A Reply

Your email address will not be published.